October 28, 2026

ବଦଳିଲା ବିଜେଡିର ରଣନୀତି : ୧୯ଟି ବିରୋଧୀ ଦଳ ପକ୍ଷରୁ ସେଭ୍ ଡେମୋକ୍ରାସି ମାର୍ଚ୍ଚ

0

ବଦଳିଲା ବିଜେଡିର ରଣନୀତି। ନୂଆଦିଲ୍ଲୀରେ ଇଣ୍ଡି ମେଣ୍ଟର ପ୍ରତିବାଦ ରାଲିରେ ସାମିଲ୍ ହେଲା ବିଜେଡି। ଇଣ୍ଡି ମେଣ୍ଟ ପଦଯାତ୍ରାରେ ବିଜେଡିର ରାଜ୍ୟସଭା ସାଂସଦମାନେ ଯୋଗଦେଇଛନ୍ତି

ବଦଳିଲା ବିଜେଡିର ରଣନୀତି। ନୂଆଦିଲ୍ଲୀରେ ଇଣ୍ଡି ମେଣ୍ଟର ପ୍ରତିବାଦ ରାଲିରେ ସାମିଲ୍ ହେଲା ବିଜେଡି। ଇଣ୍ଡି ମେଣ୍ଟ ପଦଯାତ୍ରାରେ ବିଜେଡିର ରାଜ୍ୟସଭା ସାଂସଦମାନେ ଯୋଗଦେଇଛନ୍ତି। ପ୍ଲା-କାର୍ଡ ଧରି ନାରାବାଜି କରିବା ସହ ପ୍ରତିବାଦ କରିଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କ୍ରମେ ଦଳ ପଦଯାତ୍ରାରେ ସାମିଲ ହୋଇଛି। ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓ, ମାନସ ମଙ୍ଗରାଜ, ବିଜେଡି ନେତା ମୁନ୍ନା ଖାନ୍ ପ୍ରମୁଖ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି।

ମୁଖ୍ୟ ନିର୍ବାଚନ କମିସନରଙ୍କ ଅଫିସ୍ ପର୍ଯ୍ୟନ୍ତ ଏହି ପଦଯାତ୍ରା କରାଯାଇଛି। ଏସ୍‌ଆଇଆର ଜରିଆରେ ଭୋଟ୍ ଚୋରି ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରୁଛି ଇଣ୍ଡି ମେଣ୍ଟ। ସଂସଦରେ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ପଦଯାତ୍ରା କରୁଛନ୍ତି। ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ୧୯ଟି ବିରୋଧୀ ଦଳ ପକ୍ଷରୁ ସେଭ୍ ଡେମୋକ୍ରାସି ମାର୍ଚ୍ଚ କରାଯାଇଛି। ବିଜୁ ଜନତା ଦଳ ଗଣତନ୍ତ୍ରର ସୁରକ୍ଷା ପାଇଁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଜଣାଇଛି ଇଣ୍ଡି ମେଣ୍ଟକୁ। ଯେଉଁଭଳି ଭାବରେ ଭାରତୀୟ ଜନତା ପାର୍ଟି ପୁରା ଇଲେକ୍ସନ ସିଷ୍ଟମକୁ ହାଇଜାକ୍‌ କରିକି ନେଇଯାଇଛି। ସେଥିରେ ଭାରତର ଗଣତନ୍ତ୍ର ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବିଜେଡି କହିଛି।

Leave a Reply

Your email address will not be published. Required fields are marked *