ଆଜି ଶପଥ ନେବେ ଛାତ୍ରନେତା, କେନ୍ଦ୍ରାପଡ଼ାରେ ଉତ୍ତେଜନା
ଆଜି ଶପଥ ନେବେ ଛାତ୍ରନେତା । ଗତକାଲି ନିର୍ବାଚନ ସରିବା ପରେ ଫଳାଫଳ ଆସୁ ଆସୁ ବିଳମ୍ବିତ ରାତ୍ରି ହୋଇଯାଇଥିଲା । ରାତି ସାରା ଛକାପଞ୍ଝା ପରେ ରାତି ୨ଟା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଫଳାଫଳ ଆସିଥିଲା ।

ଆଜି ଶପଥ ନେବେ ଛାତ୍ରନେତା । ଗତକାଲି ନିର୍ବାଚନ ସରିବା ପରେ ଫଳାଫଳ ଆସୁ ଆସୁ ବିଳମ୍ବିତ ରାତ୍ରି ହୋଇଯାଇଥିଲା । ରାତି ସାରା ଛକାପଞ୍ଝା ପରେ ରାତି ୨ଟା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଫଳାଫଳ ଆସିଥିଲା । ରାଜ୍ୟର ଅନେକ କଲେଜରେ ନିର୍ବାଚନ ଫଳାଫଳ ଆସିବା ପରେ ବିବାଦ ବଢ଼ିଛି । କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଧାରଣା ଜାରି ରହିଛି ।
ଗତକାଲି କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ନିର୍ଵାଚନରେ ବିଜୁ ଛାତ୍ର ଜନତା ଦଳର ବିଜୟ ଲାଭ ପରେ ଏବିଭିପି ପକ୍ଷରୁ ଭୋଟ ପୁନ ଗଣତି ଦାବିରେ ଅହୋରାତ୍ର ଧାରଣା ଦିଆଯାଇଛି । ଆଜି ଶପଥ ଗ୍ରହଣ ଉତ୍ସବ ଥିବାରୁ ଗଣ୍ଡଗୋଳର ଆଶଙ୍କା କରି ବ୍ୟାପକ ପୁଲିସ୍ ମୁତୟନ ହୋଇଛି । ଆଜି ବି ଜାରି ରହିଛି ଧାରଣା ।
