October 28, 2026

ଭୁବନେଶ୍ୱରରେ ପହଞ୍ଚିଲେ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ବିଜୟୀ ଭାରତୀୟ ହକି ଦଳ

0

ଭୁବନେଶ୍ୱରରେ ପହଁଚିଲେ ଏସିଆନ ଗେମ୍ସ ସ୍ୱର୍ଣ୍ଣ ବିଜୟୀ ଭାରତୀୟ ହକି ଦଳ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଢୋଲ, ବାଜାରେ କମ୍ପୁଛି ଭୁବନେଶ୍ୱର ବିମାନବନ୍ଦର ।

ଭୁବନେଶ୍ୱରରେ ପହଁଚିଲେ ଏସିଆନ ଗେମ୍ସ ସ୍ୱର୍ଣ୍ଣ ବିଜୟୀ ଭାରତୀୟ ହକି ଦଳ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଢୋଲ, ବାଜାରେ କମ୍ପୁଛି ଭୁବନେଶ୍ୱର ବିମାନବନ୍ଦର । ପ୍ରଥମେ ମହିଳା ହକି ଦଳ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପରେ ଆସୁଛନ୍ତି ପୁରୁଷ ଦଳ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଉଭୟ ପୁରୁଷ ଓ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିବେ ।

ଭାରତୀୟ ପୁରୁଷ ଦଳ ମାଲେସିଆ ବିପକ୍ଷରେ ୫-୧ ରେ ବିଜୟୀ ହୋଇଥିବା ବେଳେ ଚୀନ ବିପକ୍ଷରେ ୧-୦ ରେ ବିଜୟ ହାସଲ କରିଥିଲା ମହିଳା ଦଳ । ଲାଲ୍‌ ରେମସିଆମି ଭାରତ ପାଇଁ ବିଜୟ ଗୋଲ ସ୍କୋର କରିଥିଲେ । ଗୋଲକିପର ସବିତା ଏକ ବଡ଼ ପେନଲ୍ଟି ଷ୍ଟ୍ରୋକ ଅଟକାଇବାରେ ସଫଳ ହୋଇଥିଲେ । ୪୪ବର୍ଷ ପରେ ଭାରତୀୟ ମହିଳା ହକି ଦଳ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ବିଜୟୀ ହୋଇଛି ।

Leave a Reply

Your email address will not be published. Required fields are marked *