October 28, 2026

Vanivihar Student Election Result: ବାଣୀବିହାରରେ ନୂଆ ଅଧ୍ୟାୟ: ABVPର ବିଶାଳ ଜୟ!

0

Vanivihar Student Election Result: ଫେଲ୍ ମାରିଲା ସବୁ ଗଣିତ: ବାଣୀବିହାରରେ ABVPର ବାଜିମାତ୍!

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବାଜିମାତ କରିଛି ABVP। ସଭାପତି ପଦରେ ଏବିଭିପି ପ୍ରାର୍ଥୀ ଅଭିରାମ ମିଶ୍ର ବିଜୟୀ ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛି NSUI। ଦୀର୍ଘ ୭ ଘଣ୍ଟା ବିଳମ୍ବ ପରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବା ବେଳେ ଏହାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଥିଲା । ଆଜି ଶପଥ ନେବେ ନବନିର୍ବାଚିତ ଛାତ୍ର ନେତା ।

ସଭାପତି ଭାବେ ଅଭିରାମ ମିଶ୍ର ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ହୋଇଛନ୍ତି ପପୁ ରାଉତ । ସେହିପରି ସାଧାରଣ ସମ୍ପାଦକ ଭାବେ ଆୟୁଶ୍ରୀ ପ୍ରଧାନ ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ଜ୍ୟୋତିଶ୍ରୀ ସାହୁ ନିର୍ବାଚିତ ହୋଇଛନ୍ତି । ସାଂସ୍କୃତିକ ସମ୍ପାଦକ ଭାବେ ଉତ୍ତମ କୁମାର ମାଝୀ, ସୋସିଆଲ ସର୍ଭିସ ଗିଲ୍ଡ ସମ୍ପାଦକ ଭାବେ ମିଲନ କୁମାର ମେହେର ଏବଂ ବାଣୀ ବିକାଶ ସମ୍ପାଦକ ଭାବେ ଜୀବନ ଜ୍ୟୋତି ବିଶ୍ୱାଳ ବିଜୟୀ ହୋଇଛନ୍ତି । ଏହାସହ ଆଥଲେଟିକ୍ କ୍ଲବ୍‌ର ସମ୍ପାଦକ ଭାବେ ଜ୍ଞାନ ରଞ୍ଜନ ପରିଡ଼ା ଏବଂ ସହକାରୀ ସମ୍ପାଦକ ଭାବେ ସୁସ୍ମିତା ସାହୁ ନିର୍ବାଚିତ ହୋଇଛନ୍ତି । ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରାଯାଇଛି ।

ଅନ୍ୟପଟେ ଫଳାଫଳ ପ୍ରକାଶନରେ ବିଳମ୍ବକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଥିଲା । ଗଣତି ବିଳମ୍ବକୁ ବିରୋଧ କରି NSUI ଛାତ୍ରମାନେ ବାଣୀବିହାର ସମ୍ମୁଖ ଜାତୀୟ ରାଜପଥରେ ଧାରଣା ଦେବା ସହ ରାସ୍ତାରୋକ କରିଥିଲେ । ଏହି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ BCJD ପକ୍ଷରୁ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସୁରକ୍ଷା ବଳୟ ମଧ୍ୟରେ ବିଳମ୍ବିତ ରାତିରେ ଭୋଟ୍ ଗଣତି ଶେଷ ହେବା ପରେ ଫଳାଫଳ ପ୍ରକାଶ ପାଇଥିଲା । ଏବେ ନବନିର୍ବାଚିତ ଛାତ୍ର ସଂସଦର ଶପଥ ଗ୍ରହଣ ସମାରୋହ ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *