October 28, 2026

ଷ୍ଟାରଲିଙ୍କ୍ ବିବାଦ ଭିତରେ ମୁକେଶ ଆମ୍ବାନୀଙ୍କ ବଡ଼ ଚ୍ୟାଲେଞ୍ଜ

0

ଭାରତୀୟ ବଜାରକୁ ନେଇ ଏଲନ୍ ମସ୍କଙ୍କ ସମ୍ପ୍ରତିକ ମତାମତ ପରେ ରିଲାୟାନ୍ସ ଏହି ବିବୃତ୍ତି ଜାରି କରିଛି। ଏଥିରେ କମ୍ପାନୀ କହିଛି ଯେ, ଦେଶର ଆଇନର ସୀମା ମଧ୍ୟରେ କାର୍ୟ୍ୟ କଲେ ଘରୋଇ ଓ ବିଦେଶୀ କମ୍ପାନୀଙ୍କ ନିବେଶ ଏବଂ ନବୋନ୍ମେଷକୁ ରିଲାୟାନ୍ସ ସମର୍ଥନ କରେ। ରିଲାୟାନ୍ସ କହିଛି, “ଆମେ ସ୍ୟାଟେଲାଇଟ୍ କମ୍ୟୁନିକେସନ୍ କ୍ଷେତ୍ରରେ ପ୍ରତିଯୋଗିତାକୁ ସ୍ୱାଗତ କରୁଛୁ, ଯାହାରେ ଷ୍ଟାରଲିଙ୍କ୍ ମଧ୍ୟ ଅନ୍ତର୍ଭୁକ୍ତ। ଜିଓ ସହ ପ୍ରତ୍ୟେକ କମ୍ପାନୀକୁ ଭାରତର ଲୋକଙ୍କ ସେବା କରିବା ସହ ଦେଶର ଆଇନ ଏବଂ ନୀତିକୁ ପାଳନ କରିବା ଉଚିତ।

ଷ୍ଟାରଲିଙ୍କ ବିବାଦକୁ ନେଇ ରିଲାୟାନ୍ସ ଇଣ୍ଡଷ୍ଟ୍ରିଜ୍ ଏଲନ୍ ମସ୍କଙ୍କୁ ଜବାବ ଦେଇଛି। ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍ ସ୍ପଷ୍ଟ କରି କହିଛି ଯେ, କମ୍ପାନୀ କେବେ ବି ପ୍ରତିଯୋଗିତାକୁ ଭୟ କରେନି, ବରଂ ଏହାକୁ ସ୍ୱାଗତ କରେ। ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍  ଆଜି ଅର୍ଥାତ୍ ଶୁକ୍ରବାର ଜାରି କରିଥିବା ବିବୃତ୍ତିରେ କହିଛି ଯେ, ଭାରତର ସ୍ୟାଟେଲାଇଟ୍ କମ୍ୟୁନିକେସନ୍ ବଜାରରେ ଏଲନ୍ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ୍  ସହ ସମସ୍ତ କମ୍ପାନୀଙ୍କ ସହ ପ୍ରତିସ୍ପର୍ଦ୍ଧାକୁ ସେମାନେ ସ୍ୱାଗତ କରନ୍ତି। ତେବେ, ସମସ୍ତ ଅପରେଟରଙ୍କୁ ଦେଶର ଆଇନ ଓ ନିୟାମକୀୟ ନିୟମ ମାନିବାକୁ ପଡ଼ିବ ବୋଲି କମ୍ପାନୀ ଜୋର ଦେଇଛି।

ଭାରତୀୟ ବଜାରକୁ ନେଇ ଏଲନ୍ ମସ୍କଙ୍କ ସମ୍ପ୍ରତିକ ମତାମତ ପରେ ରିଲାୟାନ୍ସ ଏହି ବିବୃତ୍ତି ଜାରି କରିଛି। ଏଥିରେ କମ୍ପାନୀ କହିଛି ଯେ, ଦେଶର ଆଇନର ସୀମା ମଧ୍ୟରେ କାର୍ୟ୍ୟ କଲେ ଘରୋଇ ଓ ବିଦେଶୀ କମ୍ପାନୀଙ୍କ ନିବେଶ ଏବଂ ନବୋନ୍ମେଷକୁ ରିଲାୟାନ୍ସ ସମର୍ଥନ କରେ। ରିଲାୟାନ୍ସ କହିଛି, “ଆମେ ସ୍ୟାଟେଲାଇଟ୍ କମ୍ୟୁନିକେସନ୍ କ୍ଷେତ୍ରରେ ପ୍ରତିଯୋଗିତାକୁ ସ୍ୱାଗତ କରୁଛୁ, ଯାହାରେ ଷ୍ଟାରଲିଙ୍କ୍ ମଧ୍ୟ ଅନ୍ତର୍ଭୁକ୍ତ। ଜିଓ ସହ ପ୍ରତ୍ୟେକ କମ୍ପାନୀକୁ ଭାରତର ଲୋକଙ୍କ ସେବା କରିବା ସହ ଦେଶର ଆଇନ ଏବଂ ନୀତିକୁ ପାଳନ କରିବା ଉଚିତ।”

ଜିଓ ମଧ୍ୟ ଅନୁମୋଦନର ଅପେକ୍ଷାରେ
କମ୍ପାନୀ ଆହୁରି କହିଛି ଯେ, ଜିଓର ସ୍ୟାଟେଲାଇଟ୍ କମ୍ୟୁନିକେସନ୍ ସେବା ଏପର୍ୟ୍ୟନ୍ତ ନିୟାମକୀୟ ଅନୁମୋଦନ ପାଇବାକୁ ଅପେକ୍ଷା କରୁଛି। ଭାରତୀୟ ଓ ବିଦେଶୀ—ଦୁଇପକ୍ଷ ଆବେଦକଙ୍କ ପାଇଁ ଅନୁମୋଦନ ପ୍ରକ୍ରିୟା ସମାନ ହେବା ଉଚିତ ବୋଲି ରିଲାୟାନ୍ସ ଜୋର ଦେଇଛି।ବିବୃତ୍ତିରେ କହାଯାଇଛି, “ଭାରତ ସରକାର ଯେପରି କହିଛନ୍ତି, ପ୍ରତ୍ୟେକ ଆବେଦକଙ୍କ ପାଇଁ ସମାନ ପ୍ରକ୍ରିୟା ଅନୁସରଣ କରାଯାଏ, ସେ ଭାରତୀୟ ହେଉନ୍ କି ବିଦେଶୀ। ଜିଓର ନିଜ ସ୍ୟାଟେଲାଇଟ୍ ସେବା ମଧ୍ୟ ଏବେ ଅନୁମୋଦନର ଅପେକ୍ଷାରେ ରହିଛି।” ରିଲାୟାନ୍ସ କହିଛି ଯେ, ଗ୍ରାହକଙ୍କୁ ଭଲ ସେବା ଦେବାରେ ପ୍ରତିଯୋଗିତା ଏକ ଆବଶ୍ୟକ ଅଂଶ। ୨୦୧୬ ମସିହାରେ ଟେଲିକମ୍ କ୍ଷେତ୍ରରେ ଜିଓର ପ୍ରବେଶକୁ କମ୍ପାନୀ ଏହାର ଉଦାହରଣ ଭାବେ ଦେଖାଇଛି। କମ୍ପାନୀ କହିଛି, “ରିଲାୟାନ୍ସ କେବେ ବି ପ୍ରତିଯୋଗିତାକୁ ଭୟ କରିବା ଶିଖିନାହିଁ। ଆମେ ଏହାକୁ ଏହି କଥାର ସବୁଠାରୁ ସତ୍ୟ କସୋଟି ଭାବେ ଦେଖୁଛୁ ଯେ, ଗ୍ରାହକଙ୍କୁ ସବୁଠାରୁ ଭଲ ସେବା କିଏ ଦେଇପାରୁଛି।”

ଜିଓର ଯାତ୍ରାକୁ ଉଦାହରଣ ଭାବେ ଦେଖାଇଲା ରିଲାୟାନ୍ସ
ରିଲାୟାନ୍ସ ଅନୁସାରେ, ଜିଓ ୨୦୧୬ରେ ଭାରତୀୟ ଟେଲିକମ୍ ବଜାରରେ ଏକ ନୂଆ କମ୍ପାନୀ ଭାବେ ପ୍ରବେଶ କରିଥିଲା। ସେତେବେଳେ କମ୍ପାନୀର ଗୋଟିଏ ମଧ୍ୟ ଗ୍ରାହକ ନଥିଲେ। କିନ୍ତୁ ଏବେ ଏହାର ଗ୍ରାହକ ସଂଖ୍ୟା ୫୩୦ ମିଲିୟନ୍ ବା ୫୩ କୋଟିରୁ ଅଧିକ ହୋଇଛି। କମ୍ପାନୀ କହିଛି ଯେ, ଜିଓ ଦେଶରେ ଡିଜିଟାଲ୍ ଇନ୍ଫ୍ରାସ୍ଟ୍ରକ୍ଚର୍ ଗଠନରେ ଗୁରୁତ୍ୱପୂର୍ଣ୍ଣ ସାହାଯ୍ୟ କରିଛି ଏବଂ ଡାଟା ସେବାକୁ ବିଶ୍ୱର ସବୁଠାରୁ ସସ୍ତା ସେବାମାନଙ୍କ ମଧ୍ୟରେ ଆଣିପାରିଛି। ରିଲାୟାନ୍ସ କହିଛି, “ଜିଓ ନିଜେ ୨୦୧୬ରେ ଭାରତର ପୂର୍ବରୁ ଭଲଭାବେ ପ୍ରତିଷ୍ଠିତ ଟେଲିକମ୍ ବଜାରରେ ଏକ ନୂଆ କମ୍ପାନୀ ଭାବେ ପ୍ରବେଶ କରିଥିଲା। ସେତେବେଳେ ଏହାର ଗୋଟିଏ ମଧ୍ୟ ଗ୍ରାହକ ନଥିଲେ। ମାତ୍ର ଦଶ ବର୍ଷରେ ଜିଓ ୫୩୦ ମିଲିୟନ୍‌ରୁ ଅଧିକ ଗ୍ରାହକଙ୍କ ଭରସା ଜିତିଛି।” ଏହି ବିବୃତ୍ତି ଭାରତର ସ୍ୟାଟେଲାଇଟ୍ ବ୍ରଡବ୍ୟାଣ୍ଡ ବଜାରରେ ବଢ଼ୁଥିବା ପ୍ରତିଯୋଗିତା ମଧ୍ୟରେ ଆସିଛି। ଏହି ବଜାରରେ ଷ୍ଟାରଲିଙ୍କ୍ ଏବଂ ଜିଓର ସ୍ୟାଟେଲାଇଟ୍ ସେବା ନିଜ ନିଜ ସ୍ଥାନ ତିଆରି କରିବାକୁ ଚେଷ୍ଟା କରୁଛନ୍ତି।

ରିଲାୟାନ୍ସ ପୁଣିଥରେ କହିଛି ଯେ, ନିବେଶ ଓ ନବୋନ୍ମେଷ ପାଇଁ ଖୋଲା ବଜାର ଜରୁରୀ ହେଲେ ମଧ୍ୟ ସମସ୍ତ କମ୍ପାନୀଙ୍କ ଉପରେ ସମାନ ନିୟାମକୀୟ ବ୍ୟବସ୍ଥା ଲାଗୁ ହେବା ଉଚିତ। କମ୍ପାନୀ କହିଛି, “ପ୍ରତ୍ୟେକ ଭାରତୀୟ କମ୍ପାନୀ ପରି ରିଲାୟାନ୍ସ ମଧ୍ୟ ଏମିତି ଏକ ଭାରତରେ ଆଗକୁ ବଢ଼ିଛି, ଯେଉଁଠାରେ ଘରୋଇ ଓ ଆନ୍ତର୍ଜାତୀୟ ନିବେଶ ଏବଂ ନବୋନ୍ମେଷକୁ ସ୍ୱାଗତ କରାଯାଏ, ଯେପର୍ୟ୍ୟନ୍ତ ସେଗୁଡ଼ିକ ଲୋକଙ୍କ ଜୀବନକୁ ଉନ୍ନତ କରେ।”

Leave a Reply

Your email address will not be published. Required fields are marked *