October 28, 2026

୭ ଦିନ ହେଲା ଆତଙ୍କ, ଭାଲୁ ଧରାପଡ଼ୁନି, ଆକ୍ରମଣରେ ଗଲା ଜଣଙ୍କ ଜୀବନ

0

କଣ୍ଟାବାଞ୍ଜି ସହରରେ ଭାଲୁ ଆତଙ୍କ । ଦିନ ଗଡ଼ୁଛି, ହେଲେ ଧରାପଡ଼ୁନି ଭାଲୁ । ଗତ ୭ ଦିନରୁ ଅଧିକ ସମୟ ହେଲା ଭାଲୁର ଗତିବିଧିକୁ ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା । ଏହାରି ଭିତରେ ଭାଲୁ ଆକ୍ରମଣରେ ଜଣଙ୍କ ଜୀବନ ଯାଇଛି ।

କଣ୍ଟାବାଞ୍ଜି ସହରରେ ଭାଲୁ ଆତଙ୍କ । ଦିନ ଗଡ଼ୁଛି, ହେଲେ ଧରାପଡ଼ୁନି ଭାଲୁ । ଗତ ୭ ଦିନରୁ ଅଧିକ ସମୟ ହେଲା ଭାଲୁର ଗତିବିଧିକୁ ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା । ଏହାରି ଭିତରେ ଭାଲୁ ଆକ୍ରମଣରେ ଜଣଙ୍କ ଜୀବନ ଯାଇଛି । ଫଳରେ ସହରବାସୀଙ୍କ ମନରେ ଭୟ ଆହୁରି ବଢ଼ିଯାଇଛି । ଗତକାଲି କଣ୍ଟାବାଞ୍ଜି ସହରର ଶିଶୁ ପାର୍କ ନିକଟରେ ଘଟିଥିଲା ଅଭାବନୀୟ ଘଟଣା । ଭାଲୁ ଆକ୍ରମଣରେ ପ୍ରାଣ ହରାଇଥିଲେ ଡୁମେରଚୁଆଁ ଗାଁର ସୁରେନ୍ଦ୍ର ମାଝୀ । ସେ ସାଇକେଲ ମରାମତି କରିବା ପାଇଁ କଣ୍ଟାବାଞ୍ଜି ସହରକୁ ଆସିଥିଲେ । ନିଜର କାମ ସାରି ରାତି ପ୍ରାୟ ୧୧ଟାରେ ଘରକୁ ଫେରୁଥିବା ସମୟରେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା ।

ଆକ୍ରମଣରେ ତାଙ୍କ ମୁହଁ ଗୁରୁତର ଭାବେ କ୍ଷତବିକ୍ଷତ ହୋଇଥିଲା । ପ୍ରବଳ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ଭାଲୁକୁ ଧରିବା ପାଇଁ ତତ୍ପର ହୋଇଉଠିଛି ବନ ବିଭାଗ । ବଲାଙ୍ଗୀରରୁ ପହଞ୍ଚିଛି RRT ଟିମ୍ । ସ୍ଥାନୀୟ ବନ କର୍ମଚାରୀଙ୍କ ସହ ମିଶି ଭାଲୁର ଗତିବିଧି ଉପରେ ନଜର ରଖାଯାଉଛି । ଡ୍ରୋନ୍ ସହାୟତାରେ ଭାଲୁ କେଉଁ ଅଞ୍ଚଳରେ ରହୁଛି ଏବଂ କେଉଁ ଦିଗକୁ ଯାଉଛି, ତାହା ଠାବ କରିବାକୁ ଉଦ୍ୟମ ଚାଲିଛି ।

Leave a Reply

Your email address will not be published. Required fields are marked *