ଆଜି ବିଜୟା ଦଶମୀ, ବିଦାୟ ନେବେ ମା ଜଗଜ୍ଜନନୀ
ଏହି ବିଜୟା ଦଶମୀରେ କଟକରେ ଜମିବ ରାବଣପୋଡ଼ି ଉତ୍ସବ। ଆଜି କଟକ ତଳ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହେବ ୩୬ ତମ ରାବଣପୋଡ଼ି ଉତ୍ସବ। ବାରବାଟୀ ସର୍ବଧର୍ମ ସଂସ୍କୃତି ପରିଷଦ ପକ୍ଷରୁ ହେବାକୁ ଥିବା ଏହି ରାବଣପୋଡ଼ି ଉତ୍ସବ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଅଧର୍ମ ଉପରେ ଧର୍ମର ବିଜୟ, ଅସତ୍ୟ ଉପରେ ସତ୍ୟର ବିଜୟକୁ ନେଇ ପାଳନ କରାଯାଉଛି ରାବଣ ଦହନ ଉତ୍ସବ। ପ୍ରାୟ ୭୫ ଫୁଟ୍ର ରାବଣ ପ୍ରସ୍ତୁତ ହୋଇଛି। ରାତି ୧୨ଟାରେ ରାବଣ ଦେହରେ ଅଗ୍ନି ସଂଯୋଗ କରାଯିବ। ଏହା ପୂର୍ବରୁ ସଂଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ ହେବ।

ଆଜି ବିଜୟା ଦଶମୀ। ଜଗତଜନନୀ ମା’ଦୁର୍ଗା ଆଜି ବିଦାୟ ନେବେ। ପୁଣି ଗୋଟିଏ ବର୍ଷକୁ ଅପେକ୍ଷା। ବିଜୟା ଦଶମୀ ଉପଲକ୍ଷେ କଟକ ତଳ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ ରାବଣପୋଡ଼ି ଉତ୍ସବ। ସେପଟେ ଅନେକ ପୂଜା ମଣ୍ଡପରେ ଦହି ପଖାଳ ବ୍ୟବସ୍ଥା କରାଯାଇଛି।
ଏହି ବିଜୟା ଦଶମୀରେ କଟକରେ ଜମିବ ରାବଣପୋଡ଼ି ଉତ୍ସବ। ଆଜି କଟକ ତଳ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହେବ ୩୬ ତମ ରାବଣପୋଡ଼ି ଉତ୍ସବ। ବାରବାଟୀ ସର୍ବଧର୍ମ ସଂସ୍କୃତି ପରିଷଦ ପକ୍ଷରୁ ହେବାକୁ ଥିବା ଏହି ରାବଣପୋଡ଼ି ଉତ୍ସବ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଅଧର୍ମ ଉପରେ ଧର୍ମର ବିଜୟ, ଅସତ୍ୟ ଉପରେ ସତ୍ୟର ବିଜୟକୁ ନେଇ ପାଳନ କରାଯାଉଛି ରାବଣ ଦହନ ଉତ୍ସବ। ପ୍ରାୟ ୭୫ ଫୁଟ୍ର ରାବଣ ପ୍ରସ୍ତୁତ ହୋଇଛି। ରାତି ୧୨ଟାରେ ରାବଣ ଦେହରେ ଅଗ୍ନି ସଂଯୋଗ କରାଯିବ। ଏହା ପୂର୍ବରୁ ସଂଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ ହେବ।
ବିଜୟା ଦଶମୀ ଉପଲକ୍ଷେ କଟକର ବିଭିନ୍ନ ମଣ୍ଡପରେ ମା’ଙ୍କ ପାଖରେ ଦହି ପଖାଳ ଭୋଗ ଲାଗି ହୋଇଛି। ବିଶେଷ କରି ରାଣୀହାଟ ପୂଜା ମଣ୍ଡପରେ ମା’ଙ୍କ ପାଖରେ ଦହି ପଖାଳ ଭୋଗ ଲାଗି ହେବା ସହିତ ପ୍ରାୟ ୧୫ ହଜାର ଲୋକ ଏହି ଦହି ପଖାଳ ଖାଇବାର ବ୍ୟବସ୍ଥା କରାଯାଇଥିଲା। ମା’ଙ୍କ ଆଗମନ ପରେ ଚଳଚଞ୍ଚଳ ହୋଇ ଉଠିଥିବା କଟକ ସହର ପୁଣି ନିରବୀ ଯିବ। ବିଜୟା ଦଶମୀରେ କଟକର ରାଜନେତାମାନେ ନିଜ ନିଜର ସମର୍ଥକଙ୍କୁ ନେଇ ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହିତ ମା’ଙ୍କ ଆଶୀର୍ବାଦ ନେଇଛନ୍ତି। ମା’ଙ୍କ ଦର୍ଶନ ପାଇଁ ପୁଣି ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ିବ।
