Second Child: ସିଦ୍ଧାର୍ଥ-କିଆରାଙ୍କ ଘରେ ପୁଣି କୁନି ପାଦର ଶବ୍ଦ! ସୋସିଆଲ ମିଡିଆରେ ଦେଲେ ଖୁସି ଖବର…

Second Child: ବଲିଉଡ୍ର ଲୋକପ୍ରିୟ ଦମ୍ପତି କିଆରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ପରିବାରକୁ ନେଇ ଆସିଛି ବଡ଼ ଖୁସି ଖବର। ଦମ୍ପତି ଦ୍ୱିତୀୟ ସନ୍ତାନ ଆସିବାକୁ ଯାଉଥିବା ନେଇ ଘୋଷଣା କରିଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ଏକ ସୁନ୍ଦର ପୋଷ୍ଟ ମାଧ୍ୟମରେ ଦୁହେଁ ଏହି ଖୁସି ଖବର ନିଜ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ତାଙ୍କ ଝିଅ ସରାୟା ମଧ୍ୟ ଏହି ଖୁସିର ଘୋଷଣାର ଅଂଶ ହୋଇଛନ୍ତି।
ଆମ ହୃଦୟ ପ୍ରେମ ଓ କୃତଜ୍ଞତାରେ ଭରିଯାଇଛି’
କିଆରା ନିଜ ଇନ୍ଷ୍ଟାଗ୍ରାମ୍ ପୋଷ୍ଟରେ ଏହି ଖୁସି ଖବର ସେୟାର କରିବା ସହ ନିଜ ଭାବନା ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ପୁଣିଥରେ ସବୁଠାରୁ ବଡ଼ ଉପହାର ମିଳିବାକୁ ଯାଉଛି ଏବଂ ତାଙ୍କ ହୃଦୟ ପ୍ରେମ ଓ କୃତଜ୍ଞତାରେ ଭରିଯାଇଛି।
ପୋଷ୍ଟରେ କିଆରା, ସିଦ୍ଧାର୍ଥ ଓ ତାଙ୍କ ଝିଅ ସରାୟାଙ୍କୁ ଏକାଠି ଦେଖିବାକୁ ମିଳିଛି। ତିନିଜଣଙ୍କ ହାତରେ ଏକ ନୂଆ ଯୋଡ଼ା ବୁଣା ଶିଶୁ ଜୋତା ଧରିଥିବାର ଦେଖାଯାଉଛି। ଏହି ଘୋଷଣାର ଶୈଳୀ ମଧ୍ୟ ତାଙ୍କ ପ୍ରଥମ ସନ୍ତାନ ସମ୍ପର୍କିତ ଘୋଷଣା ସହ ବେଶ୍ ସମାନ।
ଗତ ବର୍ଷ ମାଆ ହୋଇଥିଲେ କିଆରା…
କିଆରା ଓ ସିଦ୍ଧାର୍ଥଙ୍କ ପରିବାରକୁ ପ୍ରଥମ ସନ୍ତାନ ଭାବେ ଝିଅ ସରାୟା ଆସିଥିଲେ। ଦମ୍ପତି ୨୦୨୫ରେ ନିଜ ପ୍ରଥମ ସନ୍ତାନ ଆସିବାର ଖୁସି ଘୋଷଣା କରିଥିଲେ ଏବଂ ପରେ ଝିଅର ନାମ ସରାୟା ରଖିଥିବା ଜଣାଇଥିଲେ। ମାଆ ହେବା ପରେ ମଧ୍ୟ କିଆରା ଖୁବଶୀଘ୍ର ନିଜ କାମକୁ ଫେରିଥିଲେ। ସେ ତାମିଲ ସୁପରଷ୍ଟାର ୟଶଙ୍କ ସହ ‘Toxic’ରେ ନଜର ଆସିଥିଲେ।
‘ମାଆ ହେବା ପରେ ମୁଁ ସମ୍ପୂର୍ଣ୍ଣ ଭିନ୍ନ ମଣିଷ’
ଏକ ପୋଡକାଷ୍ଟରେ ମାତୃତ୍ୱ ତାଙ୍କ ଜୀବନକୁ କିପରି ବଦଳାଇଛି, ସେନେଇ କିଆରା ଖୋଲାଖୋଲି କଥା ହୋଇଥିଲେ। ସେ କହିଥିଲେ ଯେ ମାଆ ହେବା ପୂର୍ବରୁ ଓ ପରେ ନିଜକୁ ସେ ଜଣେ ସମ୍ପୂର୍ଣ୍ଣ ଭିନ୍ନ ମଣିଷ ଭାବେ ଅନୁଭବ କରୁଛନ୍ତି। ଅନ୍ୟ ଏକ ଆଲୋଚନାରେ ନିଜ କାମକୁ ଫେରିବା ବିଷୟରେ କହି ସେ ମାତୃତ୍ୱ ତାଙ୍କୁ ଆହୁରି ଶକ୍ତିଶାଳୀ କରିଥିବା ଏବଂ ‘ଅଧିକ ଟାଇଗ୍ରେସ୍’ ଭଳି ଅନୁଭବ କରାଇଥିବା କହିଥିଲେ। ଗର୍ଭବତୀ ଥାଇ ‘Toxic’ରେ ବର୍ଷାରେ ସୁଟି କରିଥିଲେ କିଆରା…
କିଆରାଙ୍କ ସହ ‘Toxic’ରେ କାମ କରିଥିବା ଅଭିନେତ୍ରୀ ହୁମା କୁରେଶୀ ମଧ୍ୟ ତାଙ୍କ କାମ ପ୍ରତି ସମର୍ପଣକୁ ପ୍ରଶଂସା କରିଥିଲେ। ଏକ ସାମ୍ବାଦିକ ସମ୍ମିଳନୀରେ ହୁମା କହିଥିଲେ ଯେ ଫିଲ୍ମର ଏକ ଦୃଶ୍ୟରେ ଦୁହେଁ ଏକାଠି ଅଭିନୟ କରିଥିଲେ ଏବଂ ସେହି ସମୟରେ ପ୍ରବଳ ବର୍ଷାରେ ସୁଟିଂ ହୋଇଥିଲା।
ହୁମାଙ୍କ କହିବା ଅନୁସାରେ, ସେହି ସମୟରେ କିଆରା ପ୍ରାୟ ୬ ମାସର ଗର୍ଭବତୀ ଥିଲେ। ବର୍ଷାରେ ଦୀର୍ଘ ସମୟ ଧରି ଦୃଶ୍ୟ ଶୁଟ୍ ହେଉଥିଲେ ମଧ୍ୟ କିଆରା ଦୃଢ଼ ଭାବେ ଠିଆ ହୋଇ ନିଜ ଦୃଶ୍ୟ କରୁଥିଲେ। ହୁମା କହିଥିଲେ ଯେ କିଆରାଙ୍କୁ ଦେଖି ତାଙ୍କୁ ଏହା ଖୁବ୍ ପ୍ରେରଣାଦାୟକ ଲାଗିଥିଲା।
‘Shershaah’ର ସେଟ୍ରୁ ଆରମ୍ଭ ହୋଇଥିଲା ପ୍ରେମ କାହାଣୀ…
କିଆରା ଆଡଭାଣୀ ଓ ସିଦ୍ଧାର୍ଥ ମଲହୋତ୍ରା ୨୦୨୧ର ଫିଲ୍ମ ‘Shershaah’ର ସେଟ୍ରେ ପରସ୍ପରଙ୍କ ନିକଟତର ହୋଇଥିଲେ। ଏହି ଯୁଦ୍ଧଭିତ୍ତିକ ଫିଲ୍ମରେ ସିଦ୍ଧାର୍ଥ ପରମବୀର ଚକ୍ର ବିଜେତା କ୍ୟାପ୍ଟେନ୍ ବିକ୍ରମ ବାତ୍ରାଙ୍କ ଭୂମିକାରେ ଅଭିନୟ କରିଥିବା ବେଳେ କିଆରା ତାଙ୍କ ପ୍ରେମିକା ଡିମ୍ପଲ୍ ଚିମାଙ୍କ ଚରିତ୍ରରେ ନଜର ଆସିଥିଲେ।
