Landfall Process: ବାତ୍ୟା ଅର୍ଣ୍ଣବକୁ ନେଇ ବଡ଼ ଅପଡେଟ୍, ଆହୁରି ୨ରୁ ୩ ଘଣ୍ଟା ଜାରି ରହିପାରେ ପ୍ରକ୍ରିୟା…
Cyclone Arnab Landfall Process: ଅତି ଭୀଷଣ ବାତ୍ୟା ଅର୍ଣ୍ଣବକୁ ନେଇ ବଡ଼ ଅପଡେଟ୍, ସ୍ଥଳଭାଗ ଛୁଇଁବା ପରେ ସ୍ଥିର ରହିଛି ବାତ୍ୟା…

Cyclone Arnab Landfall Process: ବାତ୍ୟା ଅର୍ଣ୍ଣବକୁ ନେଇ ଆସିଛି ବଡ଼ ଅପଡେଟ୍। ବାତ୍ୟା ସ୍ଥଳଭାଗ ଛୁଇଁଥିଲେ ମଧ୍ୟ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନାହିଁ। ଆହୁରି ୨ରୁ ୩ ଘଣ୍ଟା ଏହି ପ୍ରକ୍ରିୟା ଜାରି ରହିପାରେ। କାକିନାଡ଼ା ଓ ୟାନମ ଅଞ୍ଚଳରେ ଅଧିକ ପ୍ରଭାବ ପଡ଼ିବା ଆଶଙ୍କା ରହିଛି। ଲ୍ୟାଣ୍ଡଫଲ୍ ପରେ ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଓଡ଼ିଶା ଉପରେ ଅବପାତ ଭାବେ ଅତିକ୍ରମ କରିପାରେ। ଏହାର ପ୍ରଭାବରେ ଓଡ଼ିଶାରେ ଦିନସାରା ବର୍ଷା ଜାରି ରହିବା ସମ୍ଭାବନା ରହିଛି। ଅତି ଭୀଷଣ ବାତ୍ୟା ଅର୍ଣ୍ଣବକୁ ନେଇ ଆସିଛି ବଡ଼ ଖବର। ବର୍ତ୍ତମାନ ବାତ୍ୟା ସମ୍ପୂର୍ଣ୍ଣ ଭାବେ ସ୍ଥିର ରହିଛି। ସ୍ଥଳଭାଗ ଛୁଇଁବା ପରେ ବାତ୍ୟାର ଗତିରେ ପରିବର୍ତ୍ତନ ଦେଖାଦେଇଛି। ତେବେ ଏଯାଏଁ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନାହିଁ। ଆହୁରି ୨ରୁ ୩ ଘଣ୍ଟା ଧରି ଏହି ପ୍ରକ୍ରିୟା ଜାରି ରହିବାର ସମ୍ଭାବନା ରହିଛି।
ବାତ୍ୟା ଅର୍ଣ୍ଣବର ପ୍ରଭାବ ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ୟାନମ ଅଞ୍ଚଳରେ ଅଧିକ ଅନୁଭୂତ ହେବାର ଆଶଙ୍କା ରହିଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଏହାପରେ ବାତ୍ୟା ଓଡ଼ିଶାମୁହାଁ ହେବା ସହ ଦକ୍ଷିଣ ଓଡ଼ିଶା ଉପରେ ଅବପାତ ଭାବେ ଅତିକ୍ରମ କରିବାର ସମ୍ଭାବନା ରହିଛି।
ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦିନସାରା ବର୍ଷା ଲାଗି ରହିପାରେ। ଏହାକୁ ନେଇ ପାଣିପାଗ ସ୍ଥିତି ଉପରେ ନଜର ରଖାଯାଉଛି।
